Odia MCQ Quiz - Objective Question with Answer for Odia - Download Free PDF
Last updated on Jun 9, 2025
Latest Odia MCQ Objective Questions
Odia Question 1:
ନିମ୍ନୋକ୍ତ ମଧ୍ୟରୁ କେଉଁଟି ଗୋପୀନାଥ ମହାନ୍ତିଙ୍କ ରଚନା ନୁହେଁ ।
Answer (Detailed Solution Below)
Odia Question 1 Detailed Solution
ସଠିକ୍ ଉତ୍ତର ହେଉଛି ଉପସନା ଶତକ
Key Points
- ଗୋପୀନାଥ ମହାନ୍ତି 1936 ମସିହାରେ ଏକାଗ୍ର ଧ୍ୟାନ ସହିତ ଲେଖିବା ଆରମ୍ଭ କରିଥିଲେ ଏବଂ ତାଙ୍କର ପ୍ରଥମ ଉପନ୍ୟାସ 'ମ୍ୟାନ୍ ଗହିର ଚାଶ୍' ଶେଷ କରିବାକୁ ଦୁଇ ବର୍ଷ ସମୟ ନେଇଥିଲେ |
- ପ୍ରଥମ ଶ୍ରେଣୀ ହେଉଛି ସେହି ଦିନର ରଚନା, ଯେତେବେଳେ ସେ ଆଦିବାସୀମାନଙ୍କ କ୍ଷେତ୍ରରେ ନିଯୁକ୍ତ ହୋଇଥିଲେ |
- ଏହି ରଚନାଗୁଡ଼ିକ ହେଉଛି - 'ଦାଦିବୁଡା', 'ପରଜା', 'ଅମୃତର ବଂଶ', 'ଶିବ ଭାଇ', 'ଅପହଞ୍ଚ ',ଶିବଭାଇ ,ଦାନାପାଣି ,ଶରତବାବୁଙ୍କ ଗଳି 'ହରିଜନ', 'ଶରତ ବାବୁକ ଗାଲି', 'ରାହୁର ଛାୟା', 'ସପନା ମତି', 'ଦାନା-ପାନି', 'ଲାଇ-ମିଶ୍ରଣ', 'ମାଟିମଟାଳ' |
- ଉପସନା ଶତକ ଜଗନ୍ନାଥ ଦାସଙ୍କ ରଚନା ଅଟେ ।
Odia Question 2:
ଆମ ଘରର ହାଲଚାଲ କାହା ଦ୍ୱାରା ରଚିତ ?
Answer (Detailed Solution Below)
Odia Question 2 Detailed Solution
- ଗୋପାଳ ଚନ୍ଦ୍ର ପ୍ରହରାଜ (୨୭ ସେପ୍ଟେମ୍ବର ୧୮୭୪-୧୬ ମଇ ୧୯୪୫) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଭାଷାବିଦ୍, ଲେଖକ, ବିଶ୍ୱକୋଷକାର ଓ ବାରିଷ୍ଟର ଥିଲେ ।
- ତାଙ୍କର ଜନ୍ମ ଓଡ଼ିଶାର କଟକ ଜିଲ୍ଲାର ସିଦ୍ଧେଶ୍ୱରପୁରଠାରେ ହୋଇଥିଲା ।
- ସେ ସାମାଜିକ, ରାଜନୈତିକ ଏବଂ ସେତେବେଳର ପ୍ରଚଳିତ ସଂସ୍କୃତି ଭିତ୍ତିକ ଅନେକ ବ୍ୟଙ୍ଗ ଏବଂ ବିଶ୍ଳେଷିତ ପ୍ରବନ୍ଧମାନ ଉତ୍କଳ ସାହିତ୍ୟ, ରସଚକ୍ର, ନବଭାରତ, ସତ୍ୟ ସମାଚାର ଭଳି ପତ୍ରିକାରେ ଲେଖୁଥିଲେ ।
- ଯଥାର୍ଥତା:-
- ଆମ ଘରର ହାଲଚାଲ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଦ୍ୱାରା ରଚିତ l ସେ ଓଡ଼ିଆ ବ୍ୟଙ୍ଗ ସାହିତ୍ୟକୁ ସଂପ୍ରସାରଣ କରିଥିଲେ।
- ତାଙ୍କର ଅନ୍ୟ ଲେଖା ଗୁଡିକ ହେଲା ଭାଗବତ ଟୁଙ୍ଗୀରେ ସନ୍ଧ୍ୟା (୧୯୦୩), ବାଇ ମାହାନ୍ତି ପାଞ୍ଜି (୧୯୨୩), ଦୁନିଆର ହାଲଚାଲ (୧୯୫୨), ନନାଙ୍କ ବସ୍ତାନି, ଆମ ଘରର ହାଲଚାଲ (୧୯୭୧), ବାଇନାନୀଙ୍କ ବୁଜୁଳି ।
Odia Question 3:
ଆଦିଅନ୍ତ ଗୀତା କାହାଦ୍ୱାରା ରଚିତ ?
Answer (Detailed Solution Below)
Odia Question 3 Detailed Solution
ସଠିକ ଉତ୍ତର ହେଉଛି- ସନ୍ଥକବି ଭୀମଭୋଇ
Key Points
- ଭୀମ ଭୋଇ ନିଜ ରଚନାରେ ସମାଜରେ ଉଚ୍ଚନୀଚ ଭେଦଭାବ, ଦଳିତ ଓ ଆଦିବାସୀମାନଙ୍କ ଉପରେ ତଥାକଥିତ ଉଚ୍ଚ ଜାତିର ଲୋକଙ୍କ ପ୍ରତାଡ଼ନା ତଥା ବିଭିନ୍ନ କୁସଂସ୍କାର ବିରୋଧରେ ତଥା ମହିମା ଧର୍ମର ବିଚାରକୁ ପ୍ରଚାର କରିଛନ୍ତି ।
- ସେ ସମ୍ପୂର୍ଣ୍ଣ ନିରକ୍ଷର ଥିବା ଯୋଗୁଁ ଅନ୍ୟାନ୍ୟ କବିମାନଙ୍କ ରଚନା ତାଙ୍କୁ ପ୍ରଭାବିତ କରିପାରିନଥିଲା ।
- ତାଙ୍କ ରଚିତ ସ୍ତୁତିଚିନ୍ତାମଣି, ହଲିଆ ଗୀତ, ଡାଲଖାଈ, ରସରକେଲି, ଜାଇଫୁଲ, ବ୍ରହ୍ମ ନିରୂପଣ ଗୀତା, ଆଦିଅନ୍ତ ଗୀତା, ଅଷ୍ଟକ ବିହାରୀ ଗୀତା, ନିର୍ବେଦ ସାଧନା, ଶ୍ରୁତିନିଷେଧ ଗୀତା, ମନୁସଭାମଣ୍ଡଳ, ଗୃହଧର୍ମ, ମହିମାବିନୋଦ ଅନ୍ୟତମ ।
Odia Question 4:
ଫକୀରମୋହନ ସେନାପତିଙ୍କ ପ୍ରଥମ କବିତା ସଙ୍କଳନ କେଉଁ ବର୍ଷରେ ପ୍ରକାଶିତ ହୋଇଥିଲା?
Answer (Detailed Solution Below)
Odia Question 4 Detailed Solution
Odia Question 5:
ଓଡ଼ିଆ କାବ୍ୟ ସାହିତ୍ୟର ପ୍ରସିଦ୍ଧ କବି ଉପେନ୍ଦ୍ର ଭଞ୍ଜଙ୍କ ଦ୍ୱାରା ଲେଖିତ କେଉଁ କାବ୍ୟଟି ନୁହେଁ?
Answer (Detailed Solution Below)
Odia Question 5 Detailed Solution
- ଉପେନ୍ଦ୍ର ଭଞ୍ଜ ଓଡ଼ିଆ ସାହିତ୍ୟର ପ୍ରମୁଖ କବି ଥିଲେ ଯିଏ ପ୍ରାୟ ୫୨ଟି କାବ୍ୟ ଲେଖିଛନ୍ତି। ଏହି କାବ୍ୟଗୁଡ଼ିକୁ ଏକାଧିକ ଗବେଷକ ଦ୍ୱାରା ସଂଗୃହୀତ କରାଯାଇଛି, ଯାହାରୁ ୨୦-୨୫ଟି କାବ୍ୟ ଅଧୁନାକାଳୀନରେ ପ୍ରକାଶିତ ହୋଇଛି। ଅନ୍ୟାନ୍ୟ କାବ୍ୟଗୁଡ଼ିକୁ କିମ୍ବା ନଷ୍ଟ କିମ୍ବା ବିଲୁପ୍ତ ହୋଇଯାଇଛି। କେତେକ ପୁସ୍ତକ ରହିଲେ ବି ସେଗୁଡ଼ିକର ମୁଦ୍ରଣ ହୋଇନାହିଁ। ତାଙ୍କର କାବ୍ୟଗୁଡ଼ିକର ପ୍ରଧାନ ଭାଗ ଡଃ ଗୌରୀକୁମାର ବ୍ରହ୍ମାଙ୍କର 'ଭଞ୍ଜ ଭୂମିକା'ରୁ ସଂଗୃହୀତ ହୋଇଛି।
- ଉପେନ୍ଦ୍ର ଭଞ୍ଜଙ୍କର କୃତିଗୁଡ଼ିକ ଅନେକ ଧାର୍ମିକ, ସାହିତ୍ୟିକ ଓ ପ୍ରାଚୀନ ରାଜନୈତିକ ବିଷୟରେ ଲେଖାଯାଇଛି। ସେ ପ୍ରଥମେ ରାମାୟଣ, କୃଷ୍ଣଲୀଳା, ରାସଲୀଳା, ବ୍ରଜଲୀଳା,ବୈଦେହୀଶ ବିଳାସ, ସୁଭଦ୍ରା ପରିଣୟ ଏବଂ ଗଜନିସ୍ତାରଣ ପରି ପ୍ରସିଦ୍ଧ କାବ୍ୟ ଲେଖିଛନ୍ତି। ସେହିପରି, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, ପ୍ରେମ ସୁଧାନିଧି, ରସିକ ହାରାବଳୀ ଏବଂ ଶ୍ରୀକୃଷ୍ଣ ବିହାର ଭଳି କାବ୍ୟଗୁଡ଼ିକ ଓଡ଼ିଆ ସାହିତ୍ୟର ସ୍ଥାୟୀ ଅଂଶ ହୋଇଛି।
- ସେ ଅନେକ ପ୍ରକାରର ଗ୍ରନ୍ଥ ବିଧାନ ଲେଖିଛନ୍ତି, ଯାହାରେ ଧାର୍ମିକ ଓ ସାହିତ୍ୟିକ ଅଙ୍ଗୀକାର ପାଇଁ ଲୋକମାନେ ଆଗ୍ରହ ପ୍ରଦର୍ଶନ କରିଛନ୍ତି। ତାଙ୍କର କାବ୍ୟଗୁଡ଼ିକେ ଆଧୁନିକ ଓ ପ୍ରାଚୀନ ସାହିତ୍ୟ ଦ୍ୱାରା ସମ୍ବୃତି ଓ ନୂତନ ଧାରା ଗଢ଼ାଇଛି।
- ଗଜ ନିସ୍ତରଣ ଜଗନ୍ନାଥଙ୍କ ରଚନା ଅଟେ ।
Top Odia MCQ Objective Questions
କେଉଁ କ୍ରିୟାଟି ବିଶେଷଣ ପଦସମ୍ଭୁତ ?
Answer (Detailed Solution Below)
Odia Question 6 Detailed Solution
Download Solution PDFଡେଗେଇବ କ୍ରିୟାଟି ବିଶେଷଣ ପଦ l
ବିଶେଷଣ: ବିଶେଷଣ ହେଉଛି ଏକ ଶବ୍ଦ ଯାହା ସଂଜ୍ଞା ବା ସର୍ବନାମ ର ବର୍ଣ୍ଣନା କରେ |
ବିଶେଷ୍ୟ: ବିଶେଷ୍ୟ ଯେଉଁ ସଂଜ୍ଞା ବା ସର୍ବନାମ ର ବିଶେଷତା କହେ ତାହା ବିଶେଷ୍ୟ l ବିଶେଷ୍ୟ ଦୁଇ ପ୍ରକାରର ସଂଜ୍ଞା ବା କ୍ରିୟା ରୂପରେ ଥାଏ l
- ସଂଜ୍ଞା ରୂପେ ଥାଏ ଏହାକୁ ସଂଜ୍ଞା ବିଶେଷଣ କୁହ ଯାଏ l
- ଯେବେ ଏହା କ୍ରିୟା ରୂପରେ ଥାଏ ଏହାକୁ କ୍ରିୟା ବିଶେଷଣ କୁହ ଯାଏ l
କ୍ରିୟା ବିଶେଷଣ: ଶବ୍ଦ ଯାହା କ୍ରିୟାର ବିଶେଷତାର ବୋଧ କରାଏ ସେ ଶବ୍ଦ ହେଉଛି କ୍ରିୟା ବିଶେଷଣ l ଅନ୍ୟ ଶବ୍ଦରେ ଯେଉଁ ଶବ୍ଦ ଦ୍ୱାରା କ୍ରିୟାର ବିଶେଷତ୍ୱ ଜଣା ପଡିଥାଏ ସେହି ଶବ୍ଦକୁ ଆମେ କ୍ରିୟା ବିଶେଷଣ କହୁ l
କ୍ରିୟା | ସଂଜ୍ଞା | ବିଶେଷଣ |
କାନ | କାନେଇବା | |
ହାତ | ହାତେଇବା | |
ଲଟେଇବା | ||
ଡେଗେ | ଡେଗେଇବ |
NOTE: ଡେଗେଇବ କ୍ରିୟାଟି ଗୋଟିଏ ବିଶେଷଣ ପଦ l
ନିମ୍ନୋକ୍ତ ମଧ୍ୟରୁ କେଉଁଟି ଶୁଦ୍ଧ ଶବ୍ଦ ?
Answer (Detailed Solution Below)
Odia Question 7 Detailed Solution
Download Solution PDFସଠିକ୍ ଉତ୍ତର ହେଉଛି: ବିକଳ୍ପ 1) ଦୁର୍ବୃତ୍ତ .
Key Points
- ଓଡ଼ିଆ ଶବ୍ଦକୋଷରେ ଅର୍ଥ ପ୍ରଦାନ କରୁଥିବା ବର୍ଣ୍ଣ ବା ବର୍ଣ୍ଣ ସମଷ୍ଟିକୁ ଶବ୍ଦ କୁହାଯାଏ।
- କାଳ କାଳ ଧରି ବିଭିନ୍ନ ଶବ୍ଦ ବିଭିନ୍ନ ସ୍ଥାନରୁ ଉଦ୍ଧୃତ ଓ ପ୍ରଚଳିତ ହୋଇଆସୁଛି।
- ଏହି ଉଦ୍ଧୃତ ଶବ୍ଦାବଳୀର ଶୁଦ୍ଧତାକୁ ବଜାୟ ରଖିବା ଅପରିହାର୍ଯ୍ୟ ଅଟେ।
ଯଥାର୍ଥତା:
- ସାଧାରଣତଃ କହିବା ଓ ଲେଖିବାବେଳେ ମନୁଷ୍ୟ ଜନିତ କିଛିଟା ଭୁଲ୍ ହେଇଯାଇଥାଏ 'ଉଚ୍ଚାରଣଗତ' ହେଉ କିମ୍ବା 'ଲିଖିତଜନିତ' ହେଉ।
- ଲିଖନ ସମୟରେ 'ମାତ୍ରାଜନିତ' ହେଉ ବା 'ବନାନଜନିତ' ବା 'ବ୍ୟାକରଣଜନିତ' ଭୁଲ୍ ଯୋଗୁଁ ଶୁଦ୍ଧ ଶବ୍ଦଟି ଅଶୁଦ୍ଧ ହୋଇଯାଏ।
- ତେଣୁ ସଠିକ ଶବ୍ଦ ବ୍ୟବହାର ନିମିତ୍ତ ସାବଧାନତା ଅବଲମ୍ବନ କରିବା ଅବାଞ୍ଛନିୟ।
- ଏଠାରେ ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରୁ 'ବିଶେଷ୍ୟଜନିତ' ଶୁଦ୍ଧତା ହେତୁ 'ଦୁର୍ବୃତ୍ତ ' ହିଁ କେବଳ ମାତ୍ର ଶୁଦ୍ଧ ଶବ୍ଦ।
- ଓଡ଼ିଆ ବ୍ୟାକରଣ ଅନୁସାରେ 'ଦୁର୍ବୃତ୍ତ' ଶବ୍ଦଟି ଶିଷ୍ଟପୂର୍ଣ୍ଣ ବ୍ୟବହାର ଦେଖେଇବା ଗୁଣର ନାମକୁ ବୁଝାଉଥିବା ହେତୁ ଏହା ଏକ ବିଶେଷ୍ୟ ପଦ ଅଟେ।
Additional Information
- ଅନ୍ୟ ବିକଳ୍ପଗୁଡିକ ମଧ୍ୟରେ ପ୍ରତ୍ୟେକଟି ବିଶେଷ୍ୟଜନିତ ଅଶୁଦ୍ଧ।
- ନିମିଳିତ- ଅଶୁଦ୍ଧ ଶବ୍ଦଟିର ସଂଶୋଧିତ ରୂପ: ନିମୀଳିତ।
- ଦୁରୀଭୂତ- ଅଶୁଦ୍ଧ ଶବ୍ଦଟିର ସଂଶୋଧିତ ରୂପ: ଦୂରୀଭୂତ।
- ଅକ୍ଷୁର୍ଣ୍ଣ- ଅଶୁଦ୍ଧ ଶବ୍ଦଟିର ସଂଶୋଧିତ ରୂପ: ଅକ୍ଷୁଣ୍ଣ।
ଉଚ୍ଚାରଣ ସ୍ଥାନ ଦୃଷ୍ଟିରୁ ଟ,୦,ଡ,ଢ,ଣ ବର୍ଷକୁ କେଉଁ ବର୍ଣ୍ଣ ବୋଲି ନାମକରଣ କରାଯାଇଛି।
Answer (Detailed Solution Below)
Odia Question 8 Detailed Solution
Download Solution PDFସଠିକ୍ ଉତ୍ତର ହେଉଛି-ମୂର୍ଦ୍ଧଣ୍ୟ ବର୍ଣ୍ଣ
Key Points
- ଓଡିଆ ଭାଷାରେ ଲେଖାପଢା ପାଇଁ ଅଣଚାଶଟି ବର୍ଣ୍ଣ ବ୍ୟବହୃତ ହୋଇଛି । ଯଥା- ଅ, ଆ, ଇ, ଈ, ଉ, ଊ, ଋ, ଏ, ଐ, କ, ଖ, ଗ, ଘ, ଙ, ଚ, ଛ, ଜ, ଝ, ଞ, ଟ, ଠ, ଡ, ଢ, ଣ, ତ, ଥ, ଦ, ଧ, ନ, ପ, ଫ, ବ, ଭ, ମ, ଯ, ୟ, ର, ଳ, ଲ, ୱ, ଶ, ଷ, ସ, ହ, ଅନୁସ୍ବାର, ବିସର୍ଗ, ଚନ୍ଦ୍ରବିନ୍ଦୁ ।
- ଓଡିଆରେ ବ୍ୟବହୃତ ବର୍ଣ୍ଣମାନଙ୍କୁ ଦୁଇଭାଗରେ ବିଭକ୍ତ କରାଯାଏ । ଯଥା- ସ୍ବରବର୍ଣ୍ଣ ଓ ବ୍ୟଞ୍ଜନ ବର୍ଣ୍ଣ ।
- ଅନ୍ୟ ବର୍ଣ୍ଣର ସାହାଯ୍ୟ ନନେଇ ଉଚ୍ଚାରିତ ହେଉଥିବା ବର୍ଣ୍ଣମାନଙ୍କୁ ସ୍ବରବର୍ଣ୍ଣ କୁହାଯାଏ । ଓଡିଆ ଭାଷାରେ ସ୍ବରବର୍ଣ୍ଣ ଏଗାରଟି । ଯଥା- ଅ, ଆ, ଇ, ଈ, ଉ, ଊ, ଋ, ଏ, ଐ, ଓ, ଔ ।
- ଯେଉଁ ବର୍ଣ୍ଣଗୁଡିକ ସ୍ବରବର୍ଣ୍ଣ ସାହାଯ୍ୟ ବିନା ଉଚ୍ଚାରିତ ହୋଇପାରନ୍ତି ନାହିଁ, ସେମାନଙ୍କୁ ବ୍ୟଞ୍ଜନ ବର୍ଣ୍ଣ କୁହାଯାଏ । ଅର୍ଥାତ ସ୍ବର ସହିତ ଯୁକ୍ତ ହେଲେ ବ୍ୟଞ୍ଜନବର୍ଣ୍ଣ ଗୁଡିକ ଉଚ୍ଚାରିତ ହୁଅନ୍ତି ।
- ବ୍ୟଞ୍ଜନ ବର୍ଣ୍ଣ ସଂଖ୍ୟା ଅଠତିରିଶିଟି । ଯଥା- କ, ଖ, ଗ, ଘ, ଙ, ଚ, ଛ, ଜ, ଝ, ଞ, ଟ, ଠ, ଡ, ଢ, ଣ, ତ, ଥ, ଦ, ଧ, ନ, ପ, ଫ, ବ, ଭ, ମ, ଯ, ୟ, ର, ଳ, ଲ, ୱ, ଶ, ଷ, ସ, ହ, ଅନୁସ୍ବାର, ବିସର୍ଗ, ଚନ୍ଦ୍ରବିନ୍ଦୁ ।
ଯଥାର୍ଥତା:
- ବ୍ୟଞ୍ଜନ ବର୍ଣ୍ଣମାନଙ୍କ ମଧ୍ୟରୁ କ୍ ଠାରୁ ମ୍ ପର୍ଯ୍ୟନ୍ତ ପଚିଶଟି ସ୍ପର୍ଶବର୍ଣ୍ଣ । ଏଗୁଡିକର ଉଚ୍ଚାରଣ ସମୟରେ ଜ୍ବିହାର ଅଗ୍ର, ମଧ୍ୟ ବା ମୂଳର ସାହାଯ୍ୟ ନେଇ କଣ୍ଠ, ତାଳୁ, ମୂର୍ଦ୍ଧା, ଦନ୍ତ ଓ ଓଷ୍ଠାଦିକୁ ସ୍ପର୍ଶ କରିବାକୁ ପଡିଥାଏ ।
- ଏହି ସ୍ପର୍ଶବର୍ଣ୍ଣଗୁଡିକ ପାଞ୍ଚଟି ବର୍ଗ ବା ଶ୍ରେଣୀରେ ବିଭକ୍ତ ହୋଇଥିବାରୁ ବର୍ଗ୍ୟବର୍ଣ୍ଣ ନାମରେ ପରିଚିତ । ଯ ଠାରୁ ଚନ୍ଦ୍ରବିନ୍ଦୁ ପର୍ଯ୍ୟନ୍ତ ତେର ଅବର୍ଗ୍ୟ ବ୍ୟଞ୍ଜନ ।
- ବର୍ଗ୍ୟବ୍ୟଞ୍ଜନର ବିଭାଗୀକରଣ-
- କ ବର୍ଗ- କ୍,ଖ୍, ଗ୍, ଘ୍, ଙ୍- କଣ୍ଠ୍ୟ ବର୍ଣ୍ଣ
- ଚ ବର୍ଗ- ଚ୍, ଛ୍, ଜ୍, ଝ୍, ଞ୍- ତାଲବ୍ୟ ବର୍ଣ୍ଣ
- ଟ ବର୍ଗ- ଟ୍, ଠ୍, ଡ୍, ଢ୍, ଣ୍- ମୂର୍ଦ୍ଧନ୍ୟ ବର୍ଣ୍ଣ
- ତ ବର୍ଗ- ତ୍, ଥ୍, ଦ୍, ଧ୍, ନ୍- ଦନ୍ତ୍ୟ ବର୍ଣ୍ଣ
- ପ ବର୍ଗ- ପ୍, ଫ୍, ବ୍, ଭ୍, ମ୍- ଓଷ୍ଠ୍ୟ ବର୍ଣ୍ଣ
- ତେଣୁ ଠ ହେଉଛି ମୂର୍ଦ୍ଧନ୍ୟ ବର୍ଣ୍ଣ ।
Answer (Detailed Solution Below)
Odia Question 9 Detailed Solution
Download Solution PDFସଠିକ ଉତ୍ତର ହେଉଛି "ପରଭୃତ"।
Key Points
- ପ୍ରତ୍ୟେକ ଭାଷାରେ ଏକାଧିକ ଶବ୍ଦ ଗୋଟିଏ ଅର୍ଥକୁ ବୁଝାଇଥାଏ।
- ଏ ପ୍ରକାର ଶବ୍ଦମାନଙ୍କୁ 'ପ୍ରତିଶବ୍ଦ' ବା 'ପଯ୍ୟାର୍ୟବାଚକ ଶବ୍ଦ' କୁହାଯାଏ।
ଯଥାର୍ଥତା:
- ଆମ ଓଡ଼ିଆ ଭାଷାରେ ଗୋଟିଏ ଶବ୍ଦର ପ୍ରତିଶବ୍ଦଗୁଡ଼ିକ ସମକକ୍ଷ ଓ ସମର୍ଥକ ଭାବରେ ଦୈନଦିନ ଜୀବନରେ ପ୍ରଚଳିତ ଓ ବ୍ୟବହୃତ।
- ଏଠାରେ 'କାଉ' ର ପ୍ରତିଶବ୍ଦଟି ହେଉଛି 'ପରଭୃତ'; କାରଣ ଓଡ଼ିଆ ଅଭିଧାନରେ 'ପରଭୃତ' ଶବ୍ଦଟି 'ପର/ଅନ୍ୟକୁ ପାଳନ କରେ ଯିଏ' ଅର୍ଥକୁ ସୂଚିତ କରେ।
- ପ୍ରସିଦ୍ଧ ପଞ୍ଚତନ୍ତ୍ର ଗଳ୍ପ ସମୂହ ଅନୁସାରେ, ଯେତେବେଳେ କୋଇଲି, କାଉର ବସାରେ ତା ଅଣ୍ଡାଟିକୁ ଛାଡିଯାଏ, ଅଜାଣତରେ କାଉ ନିଜ ଅଣ୍ଡାଟି ସହ କୋଇଲିର ଅଣ୍ଡାଟିର ମଧ୍ୟ ଯତ୍ନ ନେଇଥାଏ ଓ ଅଣ୍ଡାଟି ଫୁଟିବା ପରେ କୋଇଲି ଛୁଆଟିକୁ ସଯତ୍ନ ରେ ପାଳନ କରିଥାଏ। ତେଣୁ କାଉ 'ପରଭୃତ' ନାମରେ ଉଲ୍ଲେଖନୀୟ।
- 'କାଉ' ର ଅନ୍ୟ ପ୍ରତିଶବ୍ଦଗୁଡ଼ିକ ହେଲା - କୁଆ, କାକ, ଘୁକାରି, ଧୂଳିଜଂଘ, ବାୟସ, ଇତ୍ୟାଦି।
Additional Information
- ଅନ୍ୟ ବିକଳ୍ପଗୁଡ଼ିକ ଯେପରି ପୁରନ୍ଦର - ଇନ୍ଦ୍ରର, ନଗ - ପର୍ବତର ଓ ଖଗ - ପକ୍ଷୀର ପ୍ରତିଶବ୍ଦ ଅଟେ।
Mistake Points
- ଏହି ପ୍ରଶ୍ନଟି ଗତବର୍ଷର ପ୍ରଶ୍ନପତ୍ରରୁ ଉଦ୍ଧୃତ ଅଟେ ଏବଂ ଏହାର ସମାଧାନ କେବଳ ମାତ୍ର ଦତ୍ତ ଉତ୍ତରାବଳୀ ଅନୁସାରେ ଲେଖାହୋଇଛି।
‘ସିଂହାସନ’ – ଏହା କି ପ୍ରକାର ସମାସ ଅଟେ ?
Answer (Detailed Solution Below)
Odia Question 10 Detailed Solution
Download Solution PDF- ପରସ୍ପର ସମ୍ବନ୍ଧ ଥିବା ଦୁଇ ବା ତତୋଧିକ ପଦକୁ ଏକ ପଦରେ ପରିଣତ କରିବାର ନାମ ହେଉଛି ସମାସ।
- ସମାସରେ ପଦଗୁଡ଼ିକ ମିଳିତ ହେବାପରେ ଯେଉଁ ପଦ ସୃଷ୍ଟିହୁଏ ତାହାକୁ ‘ସମସ୍ତପଦ’ କୁହାଯାଏ।
- ସମାସ ଅନ୍ତର୍ଗତ ପଦମାନଙ୍କର ପରସ୍ପର ସମ୍ବନ୍ଧ ଜାଣିବା ପାଇଁ ଯେଉଁ ବାକ୍ୟ ଗଢ଼ାଯାଏ ତାହାକୁ ବ୍ୟାସବାକ୍ୟ / ବିଗ୍ରହବାକ୍ୟ କୁହନ୍ତି।
- ଯେଉଁ ପଦଗୁଡିକର ମିଶ୍ରଣରେ ସମସ୍ତ ପଦ ଗଠିତ ହୁଏ ସେହି ପଦଗୁଡିକୁ ସମସ୍ୟମାନ ପଦ କୁହାଯାଏ।
- ଯଥା: ଶୋକ ରୂପକ ଅଗ୍ନି ମଣିଷ ଶରୀରକୁ କ୍ଷୀଣ କରିଦିଏ - ଶୋକାଗ୍ନି ମଣିଷ ଶରୀରକୁ କ୍ଷୀଣ କରିଦିଏ।
- ବାକ୍ୟରେ ଥିବା ‘ଶୋକ ରୂପକ ଅଗ୍ନି’ ପଦଗୁଡ଼ିକ ମିଶିଯାଇ ‘ଶୋକାଗ୍ନି’ ପଦରେ ପରିଣତ ହୋଇଛି।
- ବାକ୍ୟ ମଧ୍ୟରେ ପରସ୍ପର ସମ୍ପର୍କ ଥିବା ଏକାଧିକ ପଦକୁ ମିଶାଇ ଦେଇ ଏକପଦରେ ପରିଣତ କରାଯାଇ ପାରୁଛି।
- ଫଳରେ ବାକ୍ୟ ଛୋଟ ହୋଇପାରୁଛି ଓ ଶୁଣିବାକୁ ମଧୁର ହେଉଛି। ବ୍ୟାକରଣ ଶାସ୍ତ୍ରରେ ଏହି ପ୍ରକ୍ରିୟାକୁ ‘ସମାସ’ କୁହାଯାଏ।
- ଶୋକ ରୂପକ ଅଗ୍ନି = ଶୋକାଗ୍ନି। ଏଠାରେ 'ଶୋକାଗ୍ନି' ହେଉଛି ‘ସମସ୍ତପଦ’।
- ‘ଶୋକ’ ହେଉଛି ପୂର୍ବପଦ ଓ ‘ଅଗ୍ନି’ ହେଉଛି ‘ପରପଦ’ ବା ‘ଉତ୍ତର ପଦ’।
- 'ଶୋକାଗ୍ନି' ସମସ୍ତପଦରେ ‘ଶୋକ’ ଗୋଟିଏ ସମସ୍ୟମାନ ପଦ ଓ ‘ଅଗ୍ନି’ ଆଉ ଏକ ସମସ୍ୟମାନ ପଦ।
- ଏଠାରେ 'ଶୋକ ରୂପକ ଅଗ୍ନି' ହେଉଛି ବିଗ୍ରହବାକ୍ୟ/ବ୍ୟାସବାକ୍ୟ; କାରଣ ଶୋକ ଓ ଅଗ୍ନି ମଧ୍ୟରେ ସମ୍ବନ୍ଧ ଜାଣିବା ପାଇଁ 'ଶୋକ ରୂପକ ଅଗ୍ନି' ବାକ୍ୟଟିକୁ ଗଢାଯାଇଛି।
- ସମାସର ପ୍ରକାର ଭେଦକୁ ବୁଝିଲେ ଅର୍ଥର ପ୍ରାଧାନ୍ୟ ଦୃଷ୍ଟିରୁ ସମାସକୁ ମୁଖ୍ୟତଃ ଛଅ ଭାଗରେ ବିଭକ୍ତ କରାଯାଇଛି।
- ଯଥା:-ତତ୍ପୁରୁଷ, କର୍ମଧାରୟ, ଦ୍ବିଗୁ, ଦ୍ବନ୍ଦ୍ବ, ବହୁବ୍ରୀହି ଓ ଅବ୍ୟୟୀଭାବ।
- ବିଶେଷଣ ଓ ବିଶେଷ୍ୟ ପଦକୁ ନେଇ ଯେଉଁ ସମାସ ଗଠିତ ହୁଏ, ତାହାକୁ ‘କର୍ମଧାରୟ ସମାସ’ କହନ୍ତି।
- ଏହି ସମାସର ସମସ୍ତପଦରେ ପରପଦର ଅର୍ଥର ପ୍ରାଧାନ୍ୟ ରହେ।
- ଯଥା: ନୀଳ ଅଟେ କଇଁ = ନୀଳକଇଁ, ଏଠାରେ ‘ନୀଳ’ ବିଶେଷଣ ପଦ ଓ ‘କଇଁ’ ବିଶେଷ୍ୟ ପଦ।
- ଯେଉଁ କର୍ମଧାରୟ ସମାସର ସମସ୍ତ ପଦରେ ମଧ୍ୟବର୍ତ୍ତୀ ପଦର ଲୋପ ହୋଇଥାଏ, ତାହାକୁ ‘ମଧ୍ୟପଦଲୋପୀ କର୍ମଧାରୟ ସମାସ’ କହନ୍ତି।
- ଉପରୋକ୍ତ 'ସିଂହାସନ' ସମସ୍ତ ପଦଟିର ଉଦ୍ଦିଷ୍ଟ ବ୍ୟାସବାକ୍ୟ ହେବ 'ସିଂହ ଚିହ୍ନିତ ଆସନ'।
- କାରଣ 'ସିଂହ ଚିହ୍ନିତ ଆସନ' ବ୍ୟାସବାକ୍ୟଟି ସିଂହ ଓ ଆସନ ମଧ୍ୟରେ ଉପଯୁକ୍ତ ସମ୍ବନ୍ଧ ସ୍ଥାପନ କରିପାରୁଛି।
- ‘ସିଂହ’ ହେଉଛି ପୂର୍ବପଦ ଓ ‘ଆସନ’ ହେଉଛି ‘ପରପଦ’ ବା ‘ଉତ୍ତର ପଦ’।
- ସମାସ ଗଠନ ପରେ ଏମାନଙ୍କ ମଧ୍ୟରେ ଥିବା 'ଚିହ୍ନିତ' ପଦଟି ଲୋପ ପାଉଛି।
- ତେଣୁ ଏଥିରୁ ସ୍ପଷ୍ଟ ଯେ 'ସିଂହାସନ' ସମସ୍ତ ପଦଟି ‘ମଧ୍ୟପଦଲୋପୀ କର୍ମଧାରୟ ସମାସ’ ହେତୁ ଗଠିତ।
- ଯାହା ବିଷୟରେ ଉପମା ଅର୍ଥାତ୍ ତୁଳନା ଦିଆଯାଏ ତାକୁ ‘ଉପମେୟ’ କହନ୍ତି। ଏହି ଉପମେୟ ହେଉଛି ପ୍ରକୃତ ବସ୍ତୁ।
- ଉପମେୟ ବା ପ୍ରକୃତ ବସ୍ତୁ ସହିତ ଯାହାର ତୁଳନା କରାଯାଏ ତାକୁ ‘ଉପମାନ’ କହନ୍ତି।
- ସମାସରେ ଉପମେୟ ପୂର୍ବପଦ ଓ ଉପମାନ ପରପଦ ହେଲେ ତାହାକୁ ‘ଉପମିତ କର୍ମଧାରୟ’ ସମାସ କହନ୍ତି।
- ଯଥା: ମୁଖଟି ଚନ୍ଦ୍ର ପରି = ମୁଖଚନ୍ଦ୍ର, ଏଠାରେ ‘ମୁଖ’ ହେଉଛି ‘ଉପମେୟ’ ଓ ‘ଚନ୍ଦ୍ର’ ହେଉଛି 'ଉପମାନ'।
- ଉପମାନ ସହିତ ସାଧାରଣ ଧର୍ମବାଚକ ପଦର ସମାସକୁ ‘ଉପମାନ କର୍ମଧାରୟ’ ସମାସ କୁହାଯାଏ।
- ଯଥା: କାକ ପରି କୃଷ୍ଣ = କାକକୃଷ୍ଣ, ‘କାକ’ ହେଉଛି ଉପମାନ ଓ ‘କୃଷ୍ଣ’ ହେଉଛି ସାଧାରଣ ଧର୍ମ।
'କିରଣ'ର ପର୍ଯ୍ୟାୟବାଚୀ ଶବ୍ଦଟି ଲେଖ?
Answer (Detailed Solution Below)
Odia Question 11 Detailed Solution
Download Solution PDF- ପ୍ରତ୍ୟେକ ଭାଷାରେ ଏକାଧିକ ଶବ୍ଦ ଗୋଟିଏ ଅର୍ଥକୁ ବୁଝାଇଥାଏ।
- ଏ ପ୍ରକାର ଶବ୍ଦମାନଙ୍କୁ 'ପ୍ରତିଶବ୍ଦ' ବା 'ପଯ୍ୟାର୍ୟବାଚକ ଶବ୍ଦ' ବା 'ସମାର୍ଥବୋଧକ ଶବ୍ଦ' କୁହାଯାଏ।
- ଆମ ଭାଷାରେ ଏହି 'ପ୍ରତିଶବ୍ଦ' ବା 'ସମାର୍ଥବୋଧକ ଶବ୍ଦ' ବା 'ପଯ୍ୟାର୍ୟବାଚକ ଶବ୍ଦ'ଗୁଡ଼ିକ ଦୈନଦିନ ଭାବରେ ପ୍ରଚଳିତ ଓ ବ୍ୟବହୃତ।
- ଏଠାରେ ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରେ, ଓଡ଼ିଆ ଶବ୍ଦକୋଷ ଅନୁଯାୟୀ 'ମୟୂଖ' କହିଲେ 'କିରଣ; ରଶ୍ମି (ମୟ ଧାତୁ+କର୍ତ୍ତୃ - ଊଖ)'।
- ସୁତରାଂ ଏଠାରେ ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରେ 'ମୟୂଖ' ଶବ୍ଦଟି 'କିରଣ' ଶବ୍ଦଟିର ଅଭିଧାନିକ ଅର୍ଥକୁ ସୂଚାରୁରୂପେ ପ୍ରତିପାଦନ କରୁଥିବା ହେତୁ ଏହା ସମାର୍ଥବୋଧକ ବା ପର୍ଯ୍ୟାୟବାଚୀ ବା ପ୍ରତିଶବ୍ଦ।
- 'କିରଣ'ର ଅନ୍ୟ ପ୍ରତିଶବ୍ଦଗୁଡ଼ିକ ହେଲା : ଆଲୋକ, ଅଂଶୁ, ଦ୍ୟୁତି, ବିଭା, ଦୀପ୍ତି, ରଶ୍ମି ଇତ୍ୟାଦି।
- ଅନ୍ୟ ବିକଳ୍ପଗୁଡିକ ମଧ୍ୟରେ 'ଅୟନ' କହିଲେ 'ସୂର୍ଯ୍ୟ ଦକ୍ଷିଣ ବା ଉତ୍ତର ଦିଗରେ ରହିବା ସମୟ' ହୋଇଥିବାବେଳେ 'ଅନଙ୍ଗ' 'କାମଦେବ'ର ପର୍ଯ୍ୟାୟବାଚୀ ଓ 'ମାରୁତ' କହିଲେ 'ଘୋଡ଼ାର ପଛଗୋଡ଼ରେ ଥିବା ଗୋଟିଏ ଭଉଁରୀ'।
ଏ, ଐ- ଏ ଦୁଇଟି କି ପ୍ରକାର ସ୍ୱର ବର୍ଣ୍ଣ?
Answer (Detailed Solution Below)
Odia Question 12 Detailed Solution
Download Solution PDF2) କଣ୍ଠ୍ୟତାଲବ୍ୟ ସଠିକ୍ ଉତ୍ତର
ଯଥାର୍ଥତା :
- ଧ୍ୱନି ଭାଷାର ମୌଖିକ ରୂପ
- ଧ୍ୱନିର ଲିଖିତ ରୂପ ବର୍ଣ୍ଣ
- ଧ୍ୱନି ପରି ବର୍ଣ୍ଣକୁ 2 ଭାଗରେ ବିଭକ୍ତ କରାଯାଇଛି
- ସ୍ୱରବର୍ଣ୍ଣ ଓ ବ୍ୟଞନ ବର୍ଣ୍ଣ
- ସ୍ୱରବର୍ଣ୍ଣର ସାଂକେତିକ ରୂପକୁ ମାତ୍ରା କୁହାଯାଏ
- ଯେହେତୁ ଏ, ଐ କଣ୍ଠ୍ୟ ଓ ତାଲବ୍ୟ ସ୍ପର୍ଶ କରି ଉଚ୍ଚାରଣ ହୁଏ , ଏସବୁକୁ 2) କଣ୍ଠ୍ୟତାଲବ୍ୟ ସ୍ୱର ବର୍ଣ୍ଣ କୁହାଯାଏ
Additional Information
- ମାତ୍ରାକୁ କାର ମଧ୍ୟ କୁହାଯାଏ
- ଅ,ଆ , ଇ ,ଈ ,ଉ ,ଊ , ଏ , ଐ ,ଓ ,ଔ ମୋଟ୍ 11ଟି ସ୍ୱରବର୍ଣ୍ଣ ଅଛି
- ବ୍ୟଞନ ବର୍ଣ୍ଣରେ ମାତ୍ରାର ବ୍ୟବହାର ହୋଇଥାଏ
- ବ୍ୟଞନ ବର୍ଣ୍ଣ 2 ପ୍ରକାରର
- ବର୍ଗ୍ୟ ଓ ଅବର୍ଗ୍ୟ
କୁଞ୍ଜର' କାହାର ସମାର୍ଥବୋଧକ ଶବ୍ଦ?
Answer (Detailed Solution Below)
Odia Question 13 Detailed Solution
Download Solution PDFସଠିକ୍ ଉତ୍ତର ହେଉଛି- ହାତୀ ।
Key Points
- ସମସ୍ତ ଭାଷାର ଶବ୍ଦ ଭଣ୍ଡାରରେ ଅନେକ ଶବ୍ଦମାନଙ୍କର ଅର୍ଥ ସମାନ ହୋଇ ରହିଥାଏ । ଅନେକ ଗୁଡିଏ ଶବ୍ଦ ଏକ ନିର୍ଦ୍ଦିଷ୍ଟ ଅର୍ଥ ପ୍ରକାଶ କରୁଥିଲେ ଏଗୁଡିକୁ ଏକାର୍ଥବୋଧକ ବା ସମାର୍ଥବୋଧକ ଶବ୍ଦ କୁହାଯାଏ ।
- ଓଡିଆ ଭାଷାରେ ଏପରି ଅନେକ ଶବ୍ଦର ନିଦର୍ଶନ ରହିଛି ।
- ଏକାଧିକ ଶବ୍ଦ ଏକ ଅର୍ଥରେ ବ୍ୟବହୃତ ହୁଏ ।
- ଏହି ପ୍ରକାର ଶବ୍ଦଗୁଡିକୁ ପ୍ରତିଶବ୍ଦ ବା ପର୍ଯ୍ୟାୟବାଚକ ଶବ୍ଦ କୁହାଯାଏ ।
ଯଥାର୍ଥତା:
- କୁଞ୍ଜର ହାତୀର ପ୍ରତିଶବ୍ଦ ଅଟେ ।
- ସେହିପରି ହାତୀର ପ୍ରତିଶବ୍ଦ ହେଉଛି- ହସ୍ତୀ, ଗଜ, ନାଗ, କରୀ, ଦ୍ବିରଦ, ଦ୍ବିପ, ମାତଙ୍ଗ, ବାରଣ, ଦନ୍ତୀ, ମାତଗ, ମାତଙ୍ଗମ, ସାରଙ୍ଗ, ଅନେକପ ।
- ଯେଉଁ ଭାଷା ଯେତିକି ସମୃଦ୍ଧ ଓ ସମ୍ପନ୍ନ, ସେହି ଭାଷାରେ ପର୍ଯ୍ୟାୟବାଚୀ ଶବ୍ଦର ସଂଖ୍ୟା ସେତେ ଅଧିକ ।
- ଓଡିଆର ପର୍ଯ୍ୟାୟବାଚୀ ଶବ୍ଦ ସଂସ୍କୃତ ତତ୍ସମ ଶବ୍ଦ ଅଟେ ।
- ଅମର ସିଂହଙ୍କ ରଚିତ ଅମରକୋଷ ଗ୍ରନ୍ଥରେ ସହସ୍ର ସହସ୍ର ପର୍ଯ୍ୟାୟବାଚୀ ଶବ୍ଦ ରହିଛି ।
'ଜଳ'ର ସମାର୍ଥବୋଧକ ଶବ୍ଦଟି କ'ଣ ?
Answer (Detailed Solution Below)
Odia Question 14 Detailed Solution
Download Solution PDFସଠିକ୍ ଉତ୍ତର ହେଉଛି- ଉଦକ
Key Points
- ସମସ୍ତ ଭାଷାର ଶବ୍ଦ ଭଣ୍ଡାରରେ ଅନେକ ଶବ୍ଦମାନଙ୍କର ଅର୍ଥ ସମାନ ହୋଇ ରହିଥାଏ । ଅନେକ ଗୁଡିଏ ଶବ୍ଦ ଏକ ନିର୍ଦ୍ଦିଷ୍ଟ ଅର୍ଥ ପ୍ରକାଶ କରୁଥିଲେ ଏଗୁଡିକୁ ଏକାର୍ଥବୋଧକ ବା ସମାର୍ଥବୋଧକ ଶବ୍ଦ କୁହାଯାଏ ।
- ଓଡିଆ ଭାଷାରେ ଏପରି ଅନେକ ଶବ୍ଦର ନିଦର୍ଶନ ରହିଛି ।
- ଏକାଧିକ ଶବ୍ଦ ଏକ ଅର୍ଥରେ ବ୍ୟବହୃତ ହୁଏ ।
- ଏହି ପ୍ରକାର ଶବ୍ଦଗୁଡିକୁ ପ୍ରତିଶବ୍ଦ ବା ପର୍ଯ୍ୟାୟବାଚକ ଶବ୍ଦ କୁହାଯାଏ ।
ଯଥାର୍ଥତା:
- ଉଦକ ଜଳର ପ୍ରତିଶବ୍ଦ ଅଟେ ।
- ସେହିପରି ଜଳର ପ୍ରତିଶବ୍ଦ ହେଉଛି- ସଲିଳ, ଜୀବନ, ତୋୟ, ନୀର, ବାରି, ଅମ୍ବୁ, ପୟଃ ।
- ରସା ହେଉଛି ପୃଥିବୀର ପ୍ରତିଶବ୍ଦ, କ୍ଷଣଦା ହେଉଛି ରାତ୍ରିର ପ୍ରତିଶବ୍ଦ ଓ ବିଧୁ ହେଉଛି ଚନ୍ଦ୍ରର ପ୍ରତିଶବ୍ଦ ।
ବୃକ୍ଷର ସମାର୍ଥବୋଧକ ଶବ୍ଦଟି କ'ଣ ?
Answer (Detailed Solution Below)
Odia Question 15 Detailed Solution
Download Solution PDFସଠିକ୍ ଉତ୍ତର ହେଉଛି- ବିଟପୀ ।
Key Points
- ସମସ୍ତ ଭାଷାର ଶବ୍ଦ ଭଣ୍ଡାରରେ ଅନେକ ଶବ୍ଦମାନଙ୍କର ଅର୍ଥ ସମାନ ହୋଇ ରହିଥାଏ । ଅନେକ ଗୁଡିଏ ଶବ୍ଦ ଏକ ନିର୍ଦ୍ଦିଷ୍ଟ ଅର୍ଥ ପ୍ରକାଶ କରୁଥିଲେ ଏଗୁଡିକୁ ଏକାର୍ଥବୋଧକ ବା ସମାର୍ଥବୋଧକ ଶବ୍ଦ କୁହାଯାଏ ।
- ଓଡିଆ ଭାଷାରେ ଏପରି ଅନେକ ଶବ୍ଦର ନିଦର୍ଶନ ରହିଛି ।
- ଏକାଧିକ ଶବ୍ଦ ଏକ ଅର୍ଥରେ ବ୍ୟବହୃତ ହୁଏ ।
- ଏହି ପ୍ରକାର ଶବ୍ଦଗୁଡିକୁ ପ୍ରତିଶବ୍ଦ ବା ପର୍ଯ୍ୟାୟବାଚକ ଶବ୍ଦ କୁହାଯାଏ ।
ଯଥାର୍ଥତା:
- ବିଟପୀ ବୃକ୍ଷର ପ୍ରତିଶବ୍ଦ ଅଟେ ।
- ସେହିପରି ବୃକ୍ଷର ପ୍ରତିଶବ୍ଦ ହେଉଛି- ତରୁ, ଦ୍ରୁମ, ପାଦପ ।
- ଅର୍ଣ୍ଣବ ହେଉଛି ସମୁଦ୍ରର ପ୍ରତିଶବ୍ଦ, ଅରବିନ୍ଦ ହେଉଛି ପଦ୍ମର ପ୍ରତିଶବ୍ଦ ଓ ବିବୁଧ ହେଉଛି ଦେବତାର ପ୍ରତିଶବ୍ଦ ।